କଟକରେ ଲେଜର୍ ଲାଇଟ୍ ବ୍ୟାନ୍। ଲେଜର ଲାଇଟ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି ହାଇକୋର୍ଟ। ଆଜି ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି ବେଳେ କଟକରେ ଲେଜର୍ ଲାଇଟ୍ କଟକଣାକୁ କଡ଼ାକଡ଼ି ଲାଗୁ କରିବା ପାଇଁ ହାଇକୋର୍ଟ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଡିଜେ ବ୍ୟବହାର ଓ ୬୫ ଡେସିବଲ କଟକଣାକୁ ମଧ୍ୟ କଡ଼ାକଡ଼ି ଲାଗୁ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାରକୁ ସମ୍ପୂର୍ଣ୍ଣ ମନା କରିଛନ୍ତି। ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାତି ୧୦ଟା ପରେ ଯେପରି କୌଣସି ବାଜା ବାଜିବ ନାହିଁ, ବାଣ ଫୁଟିବ ନାହିଁ ଏବଂ ରୋଷଣୀ ନ ହେବ ସେଦିଗରେ ପୋଲିସ ତୀକ୍ଷ୍ଣ ନଜର ରଖିବ।
ଅଧିକ ପଢନ୍ତୁ: ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗ; ୩ ମାସରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଯଦି କୌଣସି ଜାଗାରେ ଏସବୁର ଉଲ୍ଲଘଂନ ହେଉଥିବ, ତେବେ ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଶୁଣାଣି ସମୟରେ କଟକ ଡିସିପି ଭିଡିଓ କନଫରେନସିଂ ଜରିଆରେ କୋର୍ଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଛନ୍ତି।
ଅଧିକ ପଢନ୍ତୁ: ଡିଜିଟାଲ ଆରେଷ୍ଟର ଶିକାର ହେଲେ ବୃଦ୍ଧ ଦମ୍ପତି; ଦେଢ଼ ଦିନ ଯାଏ ଥିଲେ ନରଜବନ୍ଦୀ, ଚାଲାଖି ପାଇଁ ଅଳ୍ପକେ ବଞ୍ଚିଗଲା କୋଟିଏ ଟଙ୍କା