ନୟାଗଡ: ବିଦ୍ୟାଳୟରେ ତାଲା ଖୋଲାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ନୟାଗଡ଼ ଗଣିଆ ବେଲପଡାରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ମାସକ ତଳେ ଜଣେ ଛାତ୍ରର ମୃତ୍ୟୁକୁ ନେଇ ବିଦ୍ୟାଳୟରେ ତାଲା ପକାଇଥିଲେ ମୃତ ଛାତ୍ରଙ୍କ ପରିବାର। ତେବେ ପାଠପଢ଼ାରେ ବ୍ୟାଘାତ ଦର୍ଶାଇ ଆଜି ତାଲା ଖୋଲିବାକୁ ଉଦ୍ୟମ କରିଥିଲେ ଅନ୍ୟ ସାହିର ଲୋକେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ଛାତ୍ର ମୃତ୍ୟୁକୁ ନେଇ ଦୀର୍ଘ ମାସେ ହେଲା ସ୍କୁଲ ବନ୍ଦ ରହିଛି। ଫଳରେ ପରୀକ୍ଷା ଦେଇପାରୁନାହାନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟର ତାଲା ଖୋଲିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଥିଲା। କିନ୍ତୁ ମୃତ ଛାତ୍ର ଭୋଳାନାଥଙ୍କ ପରିବାର ବିରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ପରେ ଏବେ ଥାନା ଘେରାଉ କରିଛନ୍ତି। ପୁଲିସ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇେଛି। ଘଟଣାସ୍ଥଳରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ଅଧିକ ପଡନ୍ତୁ: ଜଳସଂପଦ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍; ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ