ଭୁବନେଶ୍ୱର: ଖବ୍ଶୀଘ୍ର ଡେଲିଭରୀ ବଏଙ୍କ ପାଇଁ ଆସିବ ଆଡଭାଇଜରି । ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ପରିବହନ ବିଭାଗ । ଜଲଦି ପାର୍ସଲ ପହାଞ୍ଚାଇବା ପାଇଁ ଡେଲିଭରି ବଏଙ୍କ ମଧ୍ୟରେ ରିତିମତ ପ୍ରତିଯୋଗିତା ଚାଲିଛି । ତାହା ଦିନକୁ ଦିନ ବଢ଼ିବାରେ ଲାଗିଛି ଫଳରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନରେ ଉଲ୍ଲଙ୍ଘନ କରୁଛନ୍ତି । ଦୃତ ଗାଡ଼ିଚାଳନା ଯୋଗୁଁ ରାସ୍ତାରେ ଅନ୍ୟ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା ।
ମନ୍ତ୍ରୀଙ୍କ କହିବା ମୁତାବିକ, ଗ୍ରାହକଙ୍କୁ ଖୁସି କରାଇବା ପାଇଁ ହୋମ୍ ଡେଲିଭରୀ କରୁଥିବା ସଂସ୍ଥାମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦିନକୁ ଦିନ ବଢ଼ିବାରେ ଲାଗିଛି । କିଏ କେତେ ଶୀଘ୍ର ପାର୍ସଲ ଡେଲିଭରୀ କରିପାରିବ ସେନେଇ ମଧ୍ୟ ଡେଲିଭରୀ ବଏ ମାନେ ଦୃତ ଗତିରେ ବାଇକ ଚଳାଉଛନ୍ତି । ଯାହାଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଦିଷ୍ଟ ସମୟ ଫିକ୍ସ ନ କରିବା ପାଇଁ ସମ୍ପୃକ୍ତ ସଂସ୍ଥା ସଚେତନ ହେବାକୁ ମଧ୍ୟ ତାଗିଦ କରାଯାଇଛି ।
ଗ୍ରାହକଙ୍କ ନିକଟରେ ଶୀଘ୍ର ପହଞ୍ଚିବା ପ୍ରତିଯୋଗିତା ଅତ୍ୟନ୍ତ ବିପଦ ପୂର୍ଣ୍ଣ। ସଡ଼କ ସୁରକ୍ଷା ପାଳନ ଆମର ପ୍ରମୁଖ ଉଦ୍ଦେଶ୍ୟ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି, ତେଣୁ ଡେଲିଭରୀ ସଂସ୍ଥା ନିଜର ଡେଲିଭରି ବୟଙ୍କୁ ଏଥିପାଇଁ ଟ୍ରେନିଂ ଦିଅନ୍ତୁ, ଏବଂ ଡେଲିଭରି ସମୟରେ ଏକ ନିର୍ଦ୍ଦିଷ୍ଟ ସମୟ ଫିକ୍ସ ରଖନ୍ତୁ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଉଲଙ୍ଘନ କଲେ ଡେଲିଭରି ବୟଙ୍କ ସହ ସଂସ୍ଥା ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।