ଭୁବନେଶ୍ୱର: ବିଜୁ ଜନତା ଦଳ ବିଧାୟକ ଡାକ୍ତର ଅରୁଣ କୁମାର ସାହୁଙ୍କୁ ସର୍ବୋଚ୍ଚ ଅଦାଲତରୁ ଝଟକା ଲାଗିଛି । ବିନା ଶୁଣାଣିରେ ନିର୍ବାଚନ ଅନିୟମିତତା ମାମଲା ଖାରଜ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ମାସ ମଧ୍ୟରେ ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଗତ ୨୦୨୪ ନିର୍ବାଚନ ଅରୁଣ ସାହୁ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କୁ ମାତ୍ର ୪୩୯ ଖଣ୍ଡ ଭୋଟରେ ହରାଇଥିଲେ । ଅରୁଣ ସାହୁ ନିର୍ବାଚନରେ ମିଥ୍ୟା ସତ୍ୟାପାଠ ଦାଖଲ କରିଥିବା ନେଇ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ନେଇ ଅରୁଣ ସାହୁ ହାଇକୋର୍ଟଙ୍କ ନିକଟେର ଅପିଲ୍ କରିଥିଲେ । ହାଇକୋର୍ଟ ତାଙ୍କର ଆବେଦନ ଖାରଜ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ସୁପ୍ରିମକୋର୍ଟରୁ ଅରୁଣଙ୍କୁ ନିରାଶ ହେବାକୁ ପଡ଼ିଛି ।