ବାଲେଶ୍ୱର: ହାୱଡା-ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନର ଏସ୍ଏଲ୍ଆରଡି କୋଚରେ ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ହୋଇଛି ତାହା ଜଣାପଡ଼ି ନାହିଁ ।
ବାଲେଶ୍ୱର ମାର୍କୋଣା ଷ୍ଟେସନରେ ନିକଟରେ ଟ୍ରେନର ଲୋକୋ ପାଇଲଟ୍ ଏସ୍ଏଲ୍ଆରଡି କୋଚରେ ଧୂଆଁ ବାହାରୁଥିବା ଦେଖି ଟ୍ରେନକୁ ଅଟକାଇଥିଲେ । ଯାତ୍ରୀମାନେ ମଧ୍ୟ ଧୂଆଁ ଦେଖି ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ । ଲୋକୋ ପାଇଲଟ ମାର୍କୋଣା ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ଯାଞ୍ଚ ପରେ ଟ୍ରେନରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସ୍ପଷ୍ଟ ହୋଇଥିଲା । ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ରହିଛି । ଯାଞ୍ଚ ପରେ ଦୀର୍ଘ ଦୁଇ ଘଣ୍ଟା ପରେ ଏକ୍ସପ୍ରେସ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। ଜେନେରାଲ୍ ବଗିକୁ ଷ୍ଟେସନରେ ରଖାଯାଇଛି ।