ଭୁବନେଶ୍ୱର: ନାବାଳିକା ଯୌନ ନିର୍ଯାତନା ମାମଲାରେ ତ୍ୱରିତ ନ୍ୟାୟକୁ ସଂସଦରେ ଉଠିଛି ପ୍ରଶ୍ନ । ନାବାଳିକା ଯୌନ ନିର୍ଯାତନା ପାଇଁ ଉଦ୍ଦିଷ୍ଟ ପୋକ୍ସୋ କୋର୍ଟରେ ପଡ଼ି ରହୁଛି ପୁଳା ପୁଳା ମାମଲା । ଏଥିରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଲୋକସଭାରେ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଜୁନ୍ ୨୦୨୫ ସୁଦ୍ଧା ରାଜ୍ୟରେ ବିଭିନ୍ନ ପୋକ୍ସୋ ଅଦାଲତରେ ୯ ହଜାରରୁ ଅଧିକ ମାମଲା ପଡ଼ି ରହିଛି । ଓଡ଼ିଶାରେ ଏକ୍ସକ୍ଲୁସିଭ୍ ପୋକ୍ସୋ କୋର୍ଟ ୨୩ଟି ରହିଥିବାବେଳେ ଫାଷ୍ଟ୍ ଟ୍ରାକ୍ ଏକ୍ସକ୍ଲୁସିଭ୍ ପୋକ୍ସୋ କୋର୍ଟ ୪୪ଟି ରହିଛି ।