ସୁବର୍ଣ୍ଣପୁର: ପାଣି ଓ ସାପ ଭୟ ପାଇଁ ଦିନକ ଲାଗି ସ୍କୁଲ ଛୁଟି ଘୋଷଣା କରାଯାଇଛି । ବିନିକା ମହାଦେବପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ଅତ୍ଯଧିକ ବର୍ଷା ଫଳରେ କେନାଲ ପାଣି ଉଛୁଳି ସ୍କୁଲରେ ପାଣି ପଶିଛି ଯେଉଁଥି ପାଇଁ ସାପ ମଧ୍ୟ ଥାଇପାରେ । ଏନେଇ ଦିନକ ପାଇଁ ସ୍କୁଲ ଛୁଟି କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଗତକାଲି ବୁଧବାର ଲଗାଣ ବର୍ଷାରେ ଦିନକ ପାଇଁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା ହୋଇଥିଲ। ତିହିଡି ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିରେ ଛୁଟି ହୋଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା ।