ଭୁବନେଶ୍ୱର: ଅଙ୍ଗନବାଡିକୁ ଶଶକ୍ତ କରିବାକୁ ରାଜ୍ୟ ମହିଳା ଓ ଶିଶୁ ବିଭାଗ ସ୍ୱତନ୍ତ୍ର ଆପ୍ ଆଣିବାକୁ ଯାଉଛି । ଅଙ୍ଗନବାଡ଼ି ପାଇଁ ‘AWASOME’ ବା ଅସମ୍ (ଅଙ୍ଗନବାଡ଼ି ୱେଲଫେୟାର ଆଣ୍ଡ ସର୍ଭିସ ଓଭର ନାଇଟ୍ ମନିଟରଙ୍ଗି ଏଭ୍ରିହ୍ୱେୟାର) ଆପ୍ ଆସିବ । ଏଥିପାଇଁ ଏନଆଇପିସିଡି ସହିତ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ଲୋକସେବା ଭବନର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଆପ୍ ଜରିଆରେ ଅଙ୍ଗନବାଡ଼ି କର୍ମୀମାନେ ସମସ୍ତ କାର୍ଯ୍ୟ କରିବେ । ଖାଲି ସେତିକି ନୁହେଁ ଆପ୍ ଦ୍ୱାରା ସାଧାରଣ ଲୋକ ଏବଂ ଅଭିଭାବକ ନିଜର ମତାମତ ଦେଇପାରିବେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ମୁତାବକ, ରାଜ୍ୟରେ ୭୪,୨୨୦ ଅଙ୍ଗନବାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ତିନୋଟି ମୌଳିକ ସୁବିଧା ରହିଥିବା ଆବଶ୍ୟକ । ନିଜସ୍ୱ ଘର, ଶୌଚାଳୟ ଏବଂ ବିଜୁଳିର ସୁବିଧା ଥିଲେ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ମାନ୍ୟତା ପାଇବ । ସେଥିପାଇଁ ଅସମ୍ ଆପ୍ ଆସିବ । ଯେଉଁଥିରେ ଅଙ୍ଗନବାଡ଼ି କେନ୍ଦ୍ର ନାମ, କର୍ମଚାରୀ ଏବଂ ପିଲାଙ୍କ ନାମ ଆଦି ଉପଲବ୍ଧ ହେବ ।