ଭୁବନେଶ୍ବର: ଏବେ ଓ ପାଉଡର। ଏଥିପାଇଁ ରାଜ୍ୟ ସରକାର କାମଧେନୁ ଯୋଜନାରେ କୃଷକଙ୍କୁ ଦେବେ ୨ଟି ଗାଈ। କୃଷି ଭବନରେ ଦୁଇ ଦିନ ଧରି ଚାଲିଥିବା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗାଈର ମୂଲ୍ୟ ୨ ଲକ୍ଷ ୩୦ ହଜାର। ଏଥିରେ ଚାଷୀଙ୍କୁ ୭୦ ପ୍ରତିଶତ ସବସିଡି ମିଳିବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳ କୃଷକଙ୍କ ଆୟ ଦ୍ଵିଗୁଣିତ କରାଯିବ । ଦୁଗ୍ଧ ଉତ୍ପାଦନ ଦ୍ଵିଗୁଣିତ ହେବ, କୁକୁଡ଼ା ଛେଳି, ମତ୍ସ୍ୟ ଚାଷ ପାଇଁ ୭୦ ପ୍ରତିଶତ ସବସିଡି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି । ମତ୍ସ୍ୟଜୀବୀଙ୍କୁ ଫିଡ ମିଲ, ଇନସୁଲେଟ ଭ୍ୟାନ ପାଇଁ ସବସିଡି ଦିଆଯିବ। ଓମ୍ଫେଡକୁ କ୍ଷୀର ଦେଉଥିବା ଚାଷୀଙ୍କୁ ଲିଟର ପିଛା ଅଧିକ ଟଙ୍କା ଓ ବୀମା ପ୍ରଦାନ କରାଯାଉଛି । ରାଜ୍ୟବାସୀ ଆନ୍ଧ୍ରା ମାଛ ଉପରେ ଅଧିକ ନିର୍ଭର କରୁଥିବା ପ୍ରଶ୍ନର ଜବାବ ଦେଇ ମନ୍ତ୍ରୀ କହିଛନ୍ତି ଏବେ ୪ ହଜାର କୋଟି ଟଙ୍କାର ସାମୁଦ୍ରିକ ଲୁଣି ମାଛ ରପ୍ତାନୀ କରାଯାଉଛି । ମିଠା ପାଣିରେ ମାଛ ଉତ୍ପାଦନ ଟିକେ କମ୍ ରହିଛି । ଅଭାବକୁ ପୂରଣ ପାଇଁ ଚେଷ୍ଟା ଚାଲିଛି । ରାଜ୍ୟରେ ମୁଣ୍ଡ ପିଛା ଅଧିକ ମାଛ ଖାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।