ସୁନ୍ଦରଗଡ଼: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯ୍ୟାତନା, ରାଗିଂକୁ ନେଇ ବିଶୃଙ୍ଖଳିତ ବାତାବରଣ ଲାଗି ରହିଛି। ଏହାକୁ ଆଖିରେ ରଖି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ୍ ପଞ୍ଚାୟତସମିତି ମହାବିଦ୍ୟାଳୟ ଜାରି ହୋଇଛି ଏଭଳି ରୋଚକ ମାର୍ଗଦର୍ଶିକା। ବାଲିଶଙ୍କରା ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଭିନବ ଶୃଙ୍ଖଳା ଜାରି କରିଛନ୍ତି। ନବାଗତ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ନିର୍ଦ୍ଦେଶିତ ସାଦାସିଧା ପୋଷାକ ପିନ୍ଧି ଆସିବେ। ଏହାକୁ ଅବମାନନା କରୁଥିବା ଛାତ୍ରଛାତ୍ରୀ ମହାବିଦ୍ୟାଳୟ ଭିତରକୁ ପ୍ରଵେଶ କରିପାରିବେ ନାହିଁ।
ସୂଚନା ଅନୁସାରେ , ବାଲିଶଙ୍କରା ବ୍ଲକ୍ ପଞ୍ଚାୟତସମିତି ମହାବିଦ୍ୟାଳୟରେ ଶିକ୍ଷାର ବାତାବରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ଆଣିବାକୁ ଅଧ୍ୟକ୍ଷ କୁଳମଣି ସାହୁ ଏକ ନିୟମ ଲାଗୁ କରିଛନ୍ତି। ଯାହା ବର୍ତମାନ ସବୁ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ନୂତନ ଭାବେ ଆଡ଼ମିସନ କରିଥିବା ଛାତ୍ରଛାତ୍ରୀମାନେ ଜିନ୍ସ ପିନ୍ଧି ପାରିବେନି। ଏପରିକି ମନ ଇଛା ହେୟାରଷ୍ଟେଇଲ ମଧ୍ୟ କରିପାରିବେନି। ମହାବିଦ୍ୟାଳୟକୁ ପଶୁଥିବା ଛାତ୍ରଛାତ୍ରୀଙ୍କୁ ଗେଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ଯାଞ୍ଚ କରାଯିବ। ଯଦି କେହି ନିୟମକୁ ଅବମାନନା କାରଣଟି ତେବେ ତାଙ୍କୁ କେଲେଜ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏହାସହିତ ସେହି ଛାତ୍ରଛାତ୍ରୀଙ୍କର ପରିବାର ଲୋକଙ୍କୁ ଏ ନେଇ ଅବଗତ କରାଯିବ।