ନୂଆଦିଲ୍ଲୀ: ଆଜି ବି ସଂସଦରେ ଅପରେସନ୍ ସିନ୍ଦୂରକୁ ନେଇ ଚର୍ଚ୍ଚା ଜାରି ରହିଛି । ଆଜି ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ୍ ସିନ୍ଦୂର ସଫଳତା ବାବଦରେ ବଖାଣିଛନ୍ତି । ଭାରତୀୟ ଯବାନଙ୍କ ପ୍ରଶଂସା କରିବା ସହ ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ କେମିତି କଡ଼ା ଜବାବ ଦିଆଯାଇଥିଲା ସେକଥା ବଖାଣିଛନ୍ତି ମୋଦୀ । ଏହି ଅଭିଭାଷଣ ମାଧ୍ୟମରେ ସିଧାସଳଖ ବିରୋଧୀଙ୍କ ସହ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିଶ୍ୱର ୧୯୦ଟି ଦେଶ ଭାରତର ଅପରେସନ ସିନ୍ଦୂରକୁ ସମର୍ଥନ କରିଥିଲେ, କିନ୍ତୁ କଂଗ୍ରେସଠାରୁ ସମର୍ଥନ ପାଇ ନଥିଲେ।ଯାହା ପାକିସ୍ତାନ କରିବା କଥା ତାହା କଂଗ୍ରେସ କରୁଛି। କଂଗ୍ରେସ କାଳରେ ସେନାକୁ ଆତ୍ମନିର୍ଭର କରିବାକୁ ଚେଷ୍ଟା କରାଗଲାନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହ ମୋଦୀ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ନେତାମାନେ ପାକିସ୍ତାନକୁ କ୍ଲିନଚିଟ୍ ଦେଇ ସାରିଛନ୍ତି। ଭାରତ ଆତ୍ମନିର୍ଭରଶୀଳ ଆଡେ ବଢ଼ୁଥିଲା ବେଳେ କଂଗ୍ରେସ ପଛରୁ ଟାଣୁଛି।
ପାକିସ୍ତାନ ଷଡ଼ଯନ୍ତ୍ରର ଶିକାର ହୋଇ ମୁଖପାତ୍ର ଭଳି କାମ କରୁଛି କଂଗ୍ରେସ। ପ୍ରଥମେ ଅପରେସନ୍ ସିନ୍ଦୂରକୁ ସମାଲୋଚନା କରିବା ପରେ ଅସ୍ତ୍ରବିରତିକୁ ବିରୋଧ କରୁଛି। ପାକିସ୍ତାନ ସହ ପହଲଗାମ ଲିଙ୍କ୍ର ପ୍ରମାଣ ମାଗୁଛି କଂଗ୍ରେସ। PoK କବ୍ଜା କରିବା ସୁଯୋଗ କଂଗ୍ରେସ ହାତଛଡ଼ା କରିଥିଲା ଯଦି କଂଗ୍ରେସ ସରକାର ଟିକେ ଚିନ୍ତା କରିଥାନ୍ତା PoK ଭାରତକୁ ଆସିଥାନ୍ତା, ମାତ୍ର ସେତେବେଳେ PoK ନେଇ କିଛି ପ୍ରସ୍ତାବ ରଖି ନ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅପରେସନ ସିନ୍ଦୂରକୁ ୧୯୩ ଦେଶରୁ ସମର୍ଥନ ମିଳିଥିଲା କିନ୍ତୁ କଂଗ୍ରେସରୁ ମିଳିନଥିଲା। କେବଳ ୩ ଦେଶ ଏହି ଅପରେସନକୁ ବିରୋଧ କରିଥିଲେ। କଂଗ୍ରେସ ପକ୍ଷରୁ ଆମ ସେନାର ତଥ୍ୟକୁ ବିଶ୍ବାସ ନ କରି ପାକିସ୍ତାନ ଦ୍ବାରା ପ୍ରସାରିତ ମିଛକୁ ପ୍ରଚାର କରାଯାଇଥିଲା ।