ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସଂସଦକୁ ଏହା ଅବଗତ କରାଇଛନ୍ତି ଯେ, ପହଲଗାମ ଆତଙ୍କୀ ହମଲାରେ ସଂପୃକ୍ତ ତିନି ଆତଙ୍କବାଦୀ ନିପାତ ହୋଇ ସାରିଛି । ଅପରେସନ ମହାଦେବ ସମୟରେ ଭାରତୀୟ ସେନା, ସିଆରପିଏଫ ଓ ଜମ୍ମୁ-କାଶ୍ମୀର ପୋଲିସ ତିନି ଆତଙ୍କବାଦୀଙ୍କୁ ଚିର ନିଦ୍ରାରେ ଶୁଆଇଛନ୍ତି । ଅମିତ ଶାହ କହିଛନ୍ତି ଯେଉଁ ଲୋକେ ଏହି ଆତଙ୍କବାଦୀକୁ ଖାଦ୍ୟ ଯୋଗାଇ ଦେଇଥିଲେ ସେମାନଙ୍କୁ ବହୁ ଆଗରୁ ଅଟକ ରଖା ଯାଇଥିଲା ।
ଅମିତ ଶାହ ଗୃହରେ ଆଲୋଚନା ସମୟରେ କହିଛନ୍ତି, ସୁଲେମାନ ଓରଫ ଫୈଜଲ ଆଫଗାନ ଲସ୍କର ଏ ତୋଇବାର ଏକ ଗୋଷ୍ଠୀର କମାଣ୍ଡର ଥିଲା । ଏହା ବାଦ ଜିବରାନ ମଧ୍ୟ ଏକ ଗୋଷ୍ଠୀର ଆତଙ୍କୀ ଥିଲା । ଏହି ପରି ବୈସରନ ଉପତ୍ୟକାରେ ନିରୀହ ଲୋକଙ୍କ ହତ୍ୟା କରିଥିବା ତିନି ଆତଙ୍କବାଦୀକୁ ନିପାତ କରାଯାଇଛି । ଏହି ତିନି ଆତଙ୍କବାଦୀଙ୍କ ଚିହ୍ନଟ କିପରି ହେଲା ଏହି ବିଷୟରେ ମଧ୍ୟ ଗୃହରେ ଜଣାଇଛନ୍ତି ଅମିତ ଶାହ । ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ଏହି ତିନି ଆତଙ୍କବାଦୀକୁ ଆଶ୍ରୟ ଦେଇଥିବା ଲୋକଙ୍କୁ ଏନଆଇଏ ପୂର୍ବରୁ ଗିରଫ କରିଥିଲା । ଏହା ବାଦ୍ ଏମାନଙ୍କୁ ଖାଇବା ଯୋଗାଇ ଥିବା ଲୋକଙ୍କୁ ମଧ୍ୟ ଅଟକ ରଖାଯାଇଥିଲା ।
ଶାହ କହିଛନ୍ତି, ତିନି ଆତଙ୍କୀଙ୍କ ମୃତଦେହ ଶ୍ରୀନଗର ପହଞ୍ଚିବା ପରେ ଏହି ସବୁ ଲୋକେ ସେମାନଙ୍କର ଚିହ୍ନଟ କରିଛନ୍ତି । ଏହା ବାଦ୍ ଆମେ ଆତଙ୍କୀ ହମଲାର ଏଫଏସଏଲ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସେମାନଙ୍କ ରାଇଫଲରୁ ବାହାରିଥିବା ଗୁଳି ଏହି ଏଫଏସଏଲ ରିପୋର୍ଟ ସହ ମେଳ ଖାଇଛି । ଅପରେସନ ସିନ୍ଦୂର ଏମିତି ଏକ ଶିକ୍ଷା ଯାହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆତଙ୍କୀ ମନେ ରଖିବେ । କିଛି ବି ଦୁଃସାହସ କରିବା ଆଗରୁ ଅନେକ ଥର ଚିନ୍ତା କରିବେ ।