ନୂଆଦିଲ୍ଲୀ: ଗୁଗୁଲର AI ଚାଟବଟ୍ ଆପ୍ ଜେମିନି ଭାରତରେ ବହୁତ ଲୋକପ୍ରିୟ ହେଉଛି। ଏହାର ମାସିକ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ଏବେ ୪୫୦ ନିୟୁତ ଅତିକ୍ରମ କରିଛି। ଇଣ୍ଡିଆର ଗୁଗୁଲ ମାର୍କେଟିଂ ଭାଇସ୍ ପ୍ରେସିଡେଣ୍ଟ ଶେଖର ଖୋସଲା ତାଙ୍କ ଲିଙ୍କଡିନ୍ ଆକାଉଣ୍ଟରେ ପୋଷ୍ଟ ସେୟାର କରିଛନ୍ତି । ଗୁଗୁଲର ସିଇଓ ସୁନ୍ଦର ପିଚାଇ ମଇ ୨୦୨୫ ରେ ଅନୁଷ୍ଠିତ I/O ସମ୍ମିଳନୀରେ କହିଥିଲେ ଯେ ଜେମିନି ଆପ୍ର ୪୦୦ ନିୟୁତରୁ ଅଧିକ ସକ୍ରିୟ ମାସିକ ବ୍ୟବହାରକାରୀ ଅଛନ୍ତି। ଯାହା ଏବେ ୪୫୦ ନିୟୁତରୁ ଅଧିକ ବୃଦ୍ଧି ପାଇଛି। ଗୁଗୁଲ୍ ସମ୍ପ୍ରତି ଏକ ବଡ଼ ଘୋଷଣା କରିଛି ଯେଉଁଥିରେ ୧୮ ବର୍ଷ କିମ୍ବା ତା ଠାରୁ ଉର୍ଦ୍ଧ୍ୱ ବୟସର ଭାରତୀୟ ଛାତ୍ରମାନେ ମାଗଣାରେ ଜେମିନି AIର Pro ସବସ୍କ୍ରିପସନ୍ ବ୍ୟବହାର କରିପାରିବେ। ଜେମିନି AIର Pro ସବସ୍କ୍ରିପସନ୍ର ମୂଲ୍ୟ ୧୯,୫୦୦ ଟଙ୍କା।
କିନ୍ତୁ ଛାତ୍ରଛାତ୍ରୀମାନେ ଏହି ସୁବିଧା ୧୫ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣାରେ ପାଇବେ। ଏହି ମାଗଣା ସବସ୍କ୍ରିପସନରେ, ଛାତ୍ରଛାତ୍ରୀମାନେ Gemini 2.5 Pro, Deep Research Tool, AI Video Generator Veo 3, Flow ଏବଂ Notebook LM ଭଳି ଅନ୍ୟାନ୍ୟ ସ୍ମାର୍ଟ ଟୁଲ୍ସ ମଧ୍ୟ ପାଇପାରିବେ। ଏହି ଅଫର ପାଇଁ, ଜେମିନି ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଜେମିନି ଆପ୍ ଏବେ ଚାଟଜିପିଟିକୁ ପ୍ରତିଯୋଗିତା ଦେଉଛି। ମାର୍ଚ୍ଚ ୨୦୨୫ର କୋର୍ଟ ଫାଇଲିଂ ଅନୁଯାୟୀ, ଚାଟଜିପିଟିର ପ୍ରାୟ ୬୦ କୋଟି ମାସିକ ସକ୍ରିୟ ଉପଭୋକ୍ତା ଅଛନ୍ତି। କିନ୍ତୁ ଜେମିନି ବର୍ତ୍ତମାନ ଏଥିରୁ ଟିକେ ପଛରେ ଅଛି। କିନ୍ତୁ ଏହାର ଉପଭୋକ୍ତା ଯେପରି ବଢ଼ୁଛନ୍ତି, ଏହା ଚାଟଜିପିଟି ସହିତ ସମକକ୍ଷ ହୋଇପାରେ। ଗୁଗୁଲର ଜେମିନି ଆପ୍ ଭାରତରେ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି। ଏହା ମଧ୍ୟ ଘଟିଛି କାରଣ କମ୍ପାନୀ ଷ୍ଟୁଡେଣ୍ଟସ୍ ଏଆଇର ମାଗଣା ସବସ୍କ୍ରିପସନ ପ୍ରଦାନ କରିଛି। ଯାହା ପାଇଁ ଅଧିକ ଉପଭୋକ୍ତା ଏଥିରେ ଯୋଗ ଦେଉଛନ୍ତି। ଆଗାମୀ ସମୟରେ, ଏହା ଚାଟଜିପିଟିକୁ ପୂର୍ଣ୍ଣ ପ୍ରତିଯୋଗିତା ଦେଇପାରେ।