ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ( ବିଏମସି)ର ୧୭ତମ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ଚଞ୍ଚଲ ରାଣା । ଆଜି ସେ କମିଶନର ଭାବରେ ଯୋଗଦାନ କରିଛନ୍ତି। ପ୍ରଥମ ଦିନରେ ବିଏମସିର ବିଭିନ୍ନ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଏକ ବୈଠକ ମଧ୍ୟ କରାଯାଇଛି । ଆଗାମୀ ଦିନରେ ଭୁବନେଶ୍ୱରର କିପରି ଉନ୍ନତି ହେବ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ ସେ ସମ୍ପର୍କରେ ମଧ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ଆଗାମୀ କାର୍ଯ୍ୟପନ୍ଥା କଣ ହେବ ସେ ସମ୍ପର୍କରେ ମଧ୍ୟ ଉକ୍ତ ବୈଠକରେ ଆଲୋଚନା କରାଯାଇଛି ।
ସୂଚନା ଯୋଗ୍ୟ, ରଥଯାତ୍ରା ସମୟରେ ଦଳାଚକଟା ଅଘଟଣ ପରେ ପୁରୀ ଜିଲ୍ଲାପାଳଙ୍କୁ ସରକାର ବଦଳି କରି ଚଞ୍ଚଲ ରାଣାଙ୍କୁ ପୁରୀ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଦେଇଥିଲେ । ଗତ କିଛି ଦିନ ପୂର୍ବରୁ ସରକାର ୪୯ ଜଣ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରିଥିଲେ । ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଚଞ୍ଚଲ ରାଣାଙ୍କୁ ଭୁବନେଶ୍ବର ମହାନଗର ନଗମ କମିଶନର ଭାବରେ ନିଯୁକ୍ତି ଦିଆଯାଇଥିଲା । ଚଞ୍ଚଲ ରାଣାଙ୍କ ସ୍ଥାନରେ ରାଜ୍ୟ ସରକାର ୨୦୧୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରିଥିଲେ ।