ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦିଲ୍ଲୀରେ ଉଠିଛି ବାଲେଶ୍ୱର ଫକୀର ମୋହନ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ । ବିଜୁ ଜନତା ଦଳର ରାଜ୍ୟ ସଭା ସାଂସଦମାନେ ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛାତ୍ରୀ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରି ନାରାବାଜି କରିଛନ୍ତି ।
ମଙ୍ଗଳବାର ବିଜେଡ଼ିର ରାଜ୍ୟ ସଭାମାନେ ସାଂସଦ ମୁନ୍ନା ଖାଁ, ସୁଲତା ଦେଓ , ସସ୍ମିତ ପାତ୍ର ଏବଂ ମାନସ ମଙ୍ଗରାଜ ପ୍ରମୁଖ ବାଲେଶ୍ୱର ଛାତ୍ରୀ ମୃତ୍ୟୁ ମାମଲା ଏବଂ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି । ସଂସଦବାହାରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ଲା କାର୍ଡ ଧରି ଆନ୍ଦୋଳନ କରିଛନ୍ତି । ଛାତ୍ରୀ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ମହିଳା ସୁରକ୍ଷାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେଡ଼ି ସାଂସଦ ।