ଭୁବନେଶ୍ୱର: ଅନଲାଇନ୍ ସପିଂ ସାଇଡ୍ ପୁଣି ଥରେ ନିଜର ଔଧତାମୀ ଦେଖାଇଛି । କୋଟି କୋଟି ଓଡ଼ିଆଙ୍କ ଆରଧ୍ୟା ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ପାପୋଛରେ ଦେଖିବାକୁ ମିଳିଛି । ଅଲୀଏକ୍ସପ୍ରେସ୍ ନାମକ ଏକ ଅନଲାଇନ୍ ସପିଂ ସାଇଡରେ ବିକ୍ରି ହେଉଥିବା ଜଣାପଡ଼ିଛି । ଯାହା ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଶକ୍ତ ଆଘାତ ଦେଇଛି ।
ପୂର୍ବରୁ ମଧ୍ୟ ବିଦେଶରେ ଅନେକ ଅନଲାଇନ୍ ସପିଂ ସାଇଡରେ ମଧ୍ୟ ଏଭଳି ହୀନ କାର୍ଯ୍ୟ ଦେଖିବାକୁ ମିଳିଛି । ବାଥରୁମ୍ ମ୍ୟାଟ୍, ଟଏଲଟ୍ ସିଟ୍ ଉପରେ ମଧ୍ୟ ଜଗନ୍ନାଥଙ୍କ ଫଟୋ ରହିଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପାଇଥିଲା ।
ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ କଡ଼ା ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ମତ ଦେଇଛନ୍ତି ।