ପୁରୀ: ଆଜି 'ବିଶ୍ୱ ବ୍ୟାଘ୍ର ଦିବସ'। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ l ଏହି ଅବସରରେ ବାଘଙ୍କ ସୁରକ୍ଷା ପାଇଁ ବାଲୁକା ଚିତ୍ରକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । WWF-ଇଣ୍ଡିଆ ଓ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଏକ ବାଲୁକା ଚିତ୍ରକଳା କରାଯାଇଛି । ଯାହାର ବିଷୟବସ୍ତୁ ରହିଛି 'INDIA STRIDES WITH THE STRIPES'।
ମଣିଷ ମାନେ ବାଘକୁ ସୁରକ୍ଷା ଦେବା ପାଇଁ ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି। ବାଲୁକା ଚିତ୍ର କଳାରେ 50ଟି ଛୋଟିଆ ବ୍ୟାଘ୍ର ସହ ଏକ ବିରାଟ 20 ଫୁଟର ବାଲିରେ ବ୍ୟାଘ୍ର ନିର୍ମାଣ ହୋଇଛି। ଏହି ବାଲୁକାକଳାରେ ପ୍ରାୟ 10ଟନ୍ ବାଲି ବ୍ୟବହାର ହୋଇଥିବା ବେଳେ ହୋଇଥିବା ବେଳେ ଏହାକୁ ନିର୍ମାଣ କରିବାକୁ ପ୍ରାୟ 3 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା । ଯାହାକୁ ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକ ଓ ପରିବେଶପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଛି ।