ଭୁବନେଶ୍ୱର: ଆଜି 'ବିଶ୍ୱ ବ୍ୟାଘ୍ର ଦିବସ'। ବାଘଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ୨୯ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଏ l ୨୦୧୦ ମସିହାରୁ ବିଶ୍ୱ ବ୍ୟାପୀ ବ୍ୟାଘ୍ର ଦିବସ ପାଳନ କରାଯାଉଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ୱରେ ବାଘ ସଂଖ୍ୟାକୁ ବଢାଇବା । ସେମାନଙ୍କ ସହ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା । ଚଳିତ ବର୍ଷର ଏହାର ଥିମ୍ ରହିଛି ‘ବାଘମାନଙ୍କ ପାଇଁ ଗର୍ଜନ’।
୧୯୭୩ରେ ଭାରତ ଆରମ୍ଭ କରିଥିବା ପ୍ରୋଜେକ୍ଟ ଅଧୀନରେ ଅନେକ ବାଘ ରିଜର୍ଭର ନିର୍ମାଣ କରାଯାଇଥିଲା । ଡବ୍ଲୁଡବ୍ଲୁଏଫର ରିପୋର୍ଟ ଅନୁସାରେ , ବାଘ ହେଉଛି ଆମ ପୃଥିବୀରେ ଥିବା ସମସ୍ତ ଜୀବଙ୍କ ଭିତରେ ବେଶ ମୂଲ୍ୟବାନ । ବିଂଶ ଶତାଦ୍ଦୀ ସୁଦ୍ଧା ଏହି ବଂଶର ପାଖାପାଖି ୯୫ ପ୍ରତିଶତ ଲୋପ ପାଇସାରିଲାଣି । ତେଣୁ ବାଘମାନଙ୍କ ବଂଶକୁ ରକ୍ଷା କରିବା ବର୍ତମାନ ଆବଶ୍ୟକ ହୋଇପଡିଲାଣି । ବିଶ୍ୱବ୍ୟାପୀ ଜଙ୍ଗଲରେ ବର୍ତମାନ ମୋଟ୍ ୫,୫୭୪ ବାଘ ଥିବା ବେଳେ ୨୦୧୪ ବାଘ ଗଣନା ଅନୁସାରେ ଭାରତରେ ୨,୨୨୬ ବାଘ ଅଛନ୍ତି । ୨୦୨୫ ରେ ଏହି ସଂଖ୍ୟା ବୃଦ୍ଧି ପାଇ ମୋଟ୍ ୩,୬୮୨ରେ ପହଂଚିଛି । ତେବେ ଓଡ଼ିଶାର ଶିମିଳିପାଳରେ ପୂର୍ବାପେକ୍ଷା ବାଘ ସଂଖ୍ୟା ବଢିଥିବାରୁ ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ୨୦୩୬ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା ୧୦୦କୁ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଚେଷ୍ଟା ଜାରି ରହିଛି । ଏହା ଭାରତର ବ୍ୟାଘ୍ର ସଂରକ୍ଷଣ ରୋଡ୍ମ୍ୟାପ୍ରେ ଶିମିଳିପାଳର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ବନ ବିଭାଗର ଆଶା ଉଜ୍ଜୀବିତ ହୋଇଛି ।
ବାଘ ମୁଖ୍ୟତଃ ଏସିଆ ଏବଂ ଆଫ୍ରିକାରେ ବାସ କରନ୍ତି । ଦେଶ ତଥା ବିଶ୍ୱରେ ଦିନକୁ ଦିନ ବାଘଙ୍କ ସଂଖ୍ୟା କମିବାରେ ଲାଗିଛି । ଅବୈଧ ଶିକାର ଏହାର ଏକ ପ୍ରମୁଖ କାରଣ ସାଜିଥିବାବେଳେ ଆଧୁନିକତା ନାମରେ ଜଙ୍ଗଲ ନଷ୍ଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କେତେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି । ଏହି ପ୍ରାଣୀମାନଙ୍କୁ ବିଲୁପ୍ତ ହେବା ପୂର୍ବରୁ ସୁରକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ । ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପରିବେଶରେ ବାଘଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଶରୀରର ଅଙ୍ଗ ପାଇଁ ଶିକାର ଦ୍ୱାରା ସେମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଏବଂ ଏହି ବିଲୁପ୍ତପ୍ରାୟ ପ୍ରଜାତିକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ତୁରନ୍ତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରେ । "ଆମର ପରିବେଶ ପ୍ରଣାଳୀର ସ୍ୱାସ୍ଥ୍ୟ ବଜାୟ ରଖିବାରେ ବାଘମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସେମାନଙ୍କର ହ୍ରାସ ଗଭୀର ପରିବେଶଗତ ଅସନ୍ତୁଳନକୁ ସୂଚିତ କରେ ଯାହା ଆମ ଜୀବନ ସମେତ ସମସ୍ତ ଜୀବନକୁ ପ୍ରଭାବିତ କରେ।