କେନ୍ଦ୍ରାପଡା :ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗରେ ନିଲମ୍ବିତ ହେଲେ ଶିକ୍ଷକ। ତାଳଚୁଆ ଥାନାରେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ ପରେ ଶିକ୍ଷକଙ୍କୁ ନିଲମ୍ବନ କଲେ ଡିଇଓ। ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଡାଙ୍ଗମାଳ ନାଗା ନାରାୟଣ ହାଇସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ହୋଇଛି । ଶିକ୍ଷକ ଜଣକ ଦୀର୍ଘ ଦିନ ଧରି ଅସଦାଚରଣ କରୁଥିଲେ ମଧ୍ୟ ଭୟରେ ଛାତ୍ରୀମାନେ ମୁହଁ ଖୋଲୁନଥିଲେ l
ତେବେ ଅଭିଯୋଗ ପରେ ଶିକ୍ଷକ ଅମର ପ୍ରସାଦ ମଲ୍ଲିକ ଙ୍କୁ ସ୍କୁଲ ପରିସରରୁ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଗିରଫ କରିଥିଲା। ଶିକ୍ଷକଙ୍କ ବିରୁଦ୍ଧରେ ପ୍ରଧାନ ଶିକ୍ଷକ ଙ୍କ ନିକଟରେ ୧୭ ଜଣ ଛାତ୍ରୀ ଲିଖିତ ଅଭିଯୋଗ ଦେଇଛନ୍ତି । ସପ୍ତମ ଶ୍ରେଣୀ ର ୭ ଜଣ ଓ ୧୦ ମ ଶ୍ରେଣୀ ର ୧୦ ଜଣ ଛାତ୍ରୀ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକ ଙ୍କ ନିକଟରେ ଛାତ୍ରୀମାନେ ଅଭିଯୋଗ କଲାପରେ ପ୍ରଧାନ ଶିକ୍ଷକ ପୋଲିସ୍ କୁ ସୂଚନା ଦେଇଥିଲେ । ପୋଲିସ ସ୍କୁଲରେ ପହଁଞ୍ଚି ଶିକ୍ଷକଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି I