ବ୍ରହ୍ମପୁର: ରଜ ପର୍ବ ସମୟରେ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ୫୭୪ ପୃଷ୍ଠା ସମ୍ବଳିତ ରିପୋର୍ଟ ଦାଖଲ କରିଛନ୍ତି ।
ଗତ ଜୁନ ୧୫ ତାରିଖ ସନ୍ଧ୍ୟା ସମୟରେ ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବୁଲୁଥିବାବେଳେ କିଛି ଅସାମାଜିକ ଯୁବକ ଗଣଦୁଷ୍କର୍ମ କରିଥିଲେ । ତାଙ୍କ ପୁରୁଷ ବନ୍ଧୁଙ୍କୁ କାବୁ କରି ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିଲା । ଏହି ମାମଲାରେ ୧୦ ଜଣ ସମ୍ପୃକ୍ତ ଥିବାବେଳେ ସମସ୍ତଙ୍କୁ ଗିରଫ କରାଯାଇଛି । ରାଜ୍ୟ ସରକାର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।