କଟକ: ଉଚ୍ଚ ଶିକ୍ଷା ବିଭାଗ ପରେ ହ୍ୟାକରଙ୍କ କବଜାରେ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟ ୱେବ୍ସାଇଟ୍ । ରେଭେନ୍ସାର ଅଫିସିଆଲ୍ ୱେବ୍ସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ସାଇବର୍ ଏକ୍ସପର୍ଟ ଟିମ୍ ଦ୍ୱାରା ଅସୁବିଧାକୁ ସମାଧାନ କରାଯାଇଥିବା ରେଭେନ୍ସା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ୱେବ୍ସାଇଟ୍କୁ ହ୍ୟାକ୍ ହୋଇଥିବା ଜଣାପଡ଼ିଥିଲା । ୱେବ୍ସାଇଟ୍ରେ କ୍ଲିକ୍ କଲେ ବେଟିଂ ସାଇଟ୍ ଖୋଲିଥିଲା । ଯେଉଁଥିରେ ଏକ ବିଦେଶୀ ଭାଷାତୁ ଇଂରାଜୀରେ ଲେଖାଯାଇଥିଲା । ଏ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚ ସାଇବର ସେଲକୁ ଅବଗତ କରିବା ପରେ ସାଇବର ଏକ୍ସପର୍ଟ ଟିମ ପହଞ୍ଚି ରେଜିଷ୍ଟ୍ରାରଙ୍କ ସହିତ ଆଲୋଚନା କରିଥିଲେ । ସାଇବର ଏକ୍ସପର୍ଟଙ୍କ ଉଦ୍ୟମ ପରେ ୱେବ୍ ସାଇଟ୍ ହ୍ୟାକରଙ୍କ କବଳରୁ ମୁକ୍ତ କରାଯାଇଛି ।
ପ୍ରକାଶ ଥାଉକି, ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟା ଆକାଉଣ୍ଟରେ ଅଶ୍ଳୀଳ ଭିଡିଓ ଏବଂ ବେଟିଙ୍ଗ ଭିଡିଓ ମଧ୍ୟ ଅପଲୋଡ ହୋଇଛି । ୪ ତାରିଖରୁ ଅପଲୋଡ ହୋଇଥିଲା କିଛି ଅଶ୍ଳୀଳ ଓ ବେଟିଙ୍ଗ ଭିଡିଓ । ସାଇବର ଟିମଙ୍କ ପ୍ରଚେଷ୍ଟାରେ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଠିକ୍ ହୋଇଛି ।