ମୟୂରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ହେଲେ ନିଲମ୍ବିତ । ଛାତ୍ରୀ ମାନଙ୍କୁ ପାଖକୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।ଆଉ ଏହି ଘଟଣା ରେ ଜଣେ ସ୍କୁଲ ଶିକ୍ଷକ କାର୍ଯ୍ୟରୁ ନିଳମ୍ବିତ କରାଯାଇଛି । ଏହିପରି ଏକ ଲଜ୍ୟା ଜନନ ଘଟଣା ଆସିଛି ମୟୂରଭଞ୍ଜ ଜିଲ୍ଲାର ପ୍ରତିମାଦେଇପୁର ସରକାରୀ ଉ.ପ୍ରା ବିଦ୍ୟାଳୟରୁ। ସ୍କୁଲର ଜଣେ ଶିକ୍ଷୟିତ୍ରୀ ଙ୍କ ଲିଖିତ ଅଭିଯୋଗ ଏବଂ ଏକ ଭାଇରାଲ ଭିଡିଓ କୁ ଆଧାର କରି ବେତନଟୀ ବ୍ଲକ (ବିଇଓ) ବ୍ଲକ୍ ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକ ପ୍ରମୋଦ କୁମାର ମହାନ୍ତଙ୍କୁ ନିଳମ୍ବିତ କରିଛନ୍ତି। ବିଇଓ କହିଛନ୍ତି କି ଶିକ୍ଷକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି ଏବଂ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯାହାକୁ ଦେଖି ସେ ତୁରନ୍ତ ଏହିପରି ପଦକ୍ଷେପ ନେଇଛନ୍ତି ଏବଂ ଏକ କମିଟି ଗଠନ କରି ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି। ପୂର୍ବରୁ ମଧ୍ୟ ଶିକ୍ଷକ ଙ୍କ ନାମରେ ଏହିପରି ଅଭିଯୋଗ ଥିବା ଜଣାପଡିଛି।
ତେବେ ଏହି ଘଟଣା ଜୁଲାଇ ୨୧ ତାରିଖରୁ ହୋଇଥିବା ଜଣାପଡିଛି। ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ପରେ ବେତନଟୀ ବ୍ଲକ ଶିକ୍ଷାଧିକାରୀ ଅଭିଯୁକ୍ତ ଶିକ୍ଷକଙ୍କୁ ଜୁଲାଇ ୨୧ରେ ନିଲମ୍ବନ କରିଥିଲେ ବି ଗଣମାଧ୍ୟମରୁ ଲୁଚାଇ ରଖାଯାଇଥିଲା। ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ମାମଲା ରୁଜୁ ହୋଇନାହିଁ। ତେବେ ଆଜି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାକୁ ଏହି ଘଟଣାର ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ସବୁ କିଛି ଜଣାପଡିଛି।