ଚିଲିକା : ମଝି ଚିଲିକାରୁ ନାବାଳକକୁ ଅପହରଣ । କେହି ଦୁର୍ବୃତ୍ତ ନାବାଳକକୁ ମାଡ଼ ମାରି ମାଛ, ଚିଙ୍ଗୁଡ଼ି ଛଡ଼ାଇ ନେବା ସହିତ ଅପହରଣ କରି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ବାଳକକୁ କିଏ ନେଇଗଲା କିଛି ବି ଏଯାଏଁ ସ୍ପଷ୍ଟ ହୋଇନି ।
ସୂଚନା ଅନୁଯାୟୀ ନିଖୋଜ ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ହୁମା ଅଂଚଳର ସେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଗାଁରେ ନିଜ ସମ୍ପର୍କୀୟଙ୍କ ଘରକୁ ନାବାଳକ ଜଣକ ବୁଲିବାକୁ ଆସିଥିଲା । ଗତକାଲି ସନ୍ଧ୍ୟାରେ ଚିଲିକାରେ ମାଛ ଧରିବାକୁ ଯାଇଥିବା ବେଳେ ହଠାତ୍ ନିଖୋଜ ହୋଇ ଯାଇଛନ୍ତି । ଏନେଇ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ପରିବାର ଲୋକଙ୍କ ଏତଲା ପରେ ଚିଲିକାରେ କୃଷ୍ଣପ୍ରସାଦ ଥାନା ପୋଲିସ ଓ ଓଡ୍ରାଫ ଟିମ ମିଳିତ ଭାବେ ଖୋଜାଖୋଜି ଜାରି ରଖିଛନ୍ତି । ମଝି ଚିଲିକାରେ ପୋଲିସ ପଇଁତରା ମାରୁଛି । ଥାନା ଆଇଆଇସି ବିଚିତ୍ରା ନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏହି ସର୍ଚ୍ଚଅପରେସନ ଚାଲିଛି ।