ଆଜି ପଞ୍ଚଭୂତରେ ଲୀନ ହେଲେ ସହିଦ ଓଡ଼ିଆ ଯବାନ । ତ୍ରିପୁରା ସୀମାରେ ସହିଦ ହୋଇଥିଲେ ଓଡ଼ିଆ BSF ଯବାନ୍ ଈଶ୍ଵର ଚନ୍ଦ୍ର ଦୋରା । ଆଜି ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି । ତାଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ବେଲଖଣ୍ଡି ଅଂଚଳରେ । ଗାଁରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ପରିବାର, ସମ୍ପର୍କୀୟ ଓ ଗାଁ ଲୋକେ ଶେଷ ଦର୍ଶନ କରିଥିଲେ । କାନ୍ଦ ବୋବାଳିରେ ଫାଟି ପଡିଥିଲା ସାରା ଅଞ୍ଚଳ । ଅମଠ ଛକରେ ପାର୍ଥିବ ଶରୀର ପହଞ୍ଚିବା ପରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସୂଚନା ଅନୁସାରେ ,ଈଶ୍ଵର ତ୍ରିପୁରା ବଙ୍ଗଳା ଦେଶଲଙ୍କା ମୋରା ସୀମାରେ କାର୍ଯ୍ୟରତ ଥିଲେ । ଗତ ୧୭ ତାରିଖରେ ସେ ପ୍ରାଣ ହରାଇଥିଲେ । ଘରେ ତାଙ୍କର ସ୍ତ୍ରୀ , ଗୋଟିଏ ଛୋଟ ଝିଅ ଏବଂ ବାପା ମା ଓ ଭାଇ ଅଛନ୍ତି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଘରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଗକୁ ପଢନ୍ତୁ :- ଭାରତର ପରାଜୟ ସହିନପାରି ଦୁଃଖରେ ଜୀବନ ହାରିଛନ୍ତି ଯୁବକ