ଦିନକୁ ଦିନ ମାଓବାଦୀଙ୍କ ହିଂସାତ୍ମକ କାଣ୍ଡ ବଢ଼ିବାରେ ଲାଗିଛି । ସୂଚନା ଅନୁସାରେ, ପୁଣି ୨ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ଜିଲ୍ଲାର ଛତିଶଗଡ଼ ସୀମାରେ ନିଜର ବର୍ବରକାଣ୍ଡକୁ ଜାରି ରଖିଛନ୍ତି ମାଓବାଦୀ । କେତେବେଳେ ସୁରକ୍ଷାକର୍ମୀ ତ ପୁଣି କେତେବେଳେ ଗ୍ରାମବାସୀ । ସମସ୍ତଙ୍କ ଉପରକୁ ଆକ୍ରମଣ କରି ଜୀବନ ନେଉଛନ୍ତି ମାଓବାଦୀ । ବାରମ୍ବାର ଏପରି କାଣ୍ଡ କରୁଛନ୍ତି ମାଓବାଦୀ । ଗ୍ରାମବାସୀଙ୍କୁ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଲୋକମାନେ ମଧ୍ୟ ଘରୁ ବାହାରିବା ପାଇ ଭୟ କରୁଛନ୍ତି । ଉକ୍ତ ସ୍ଥାନରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।
ଆଗକୁ ପଢ଼ନ୍ତୁ : କ୍ଷେତରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ