କଟକ: ମହାନଦୀ ଜଳ ବିବାଦର ସମାଧାନ ନେଇ ଗଠନ କରାଯାଇଥିବା ଟ୍ରିବ୍ୟୁନାଲ୍ ଶୀଘ୍ର ମାମଲାର ବିଚାର ଆରମ୍ଭ ଲାଗି ତତ୍ପରତା ଦେଖାଇଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ରେ ହେବ। ଏନେଇ ଏଜି ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଦେଇଛନ୍ତି ସେ କହିଛନ୍ତି, '୨ ରାଜ୍ୟ (ଓଡ଼ିଶା ଓ ଛତିଶଗଡ଼) ମାମଲା ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି। ତେବେ ଅଗ୍ରସର ହେଉଥିବା ନେଇ ସେ ଟ୍ରିବ୍ୟୁନାଲଙ୍କୁ ଅବଗତ କରିଛନ୍ତି। ଅକ୍ଟୋବର ୨୮ରେ ୨ ରାଜ୍ୟ ମଧ୍ୟରେ ବୈଠକ ବସିବ।ସେହିପରି ନଭେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି କରାଯିବ ନେଇ କୁହାଯାଇଛି।
୨୦୧୬ରେ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ଛତିଶଗଡ଼-ଓଡିଶା ଜଳ ବିବାଦ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରୁ ମହାନଦୀରେ ପାଣି ଛାଡିବାକୁ ନେଇ ସେ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ସମୟରେ ଛତିଶଗଡ଼ରେ ଥିଲେ ବିଜେପିର ରମଣ ସିଂ ସରକାର ଆଉ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର। ଏବେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟବାସୀଙ୍କ ଜଳ ବିବାଦ ସମାଧାନର ଆଶା ବଢିଯାଇଛି।