ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୫ ପ୍ରସ୍ତାବ ଉପରେ ବାଜିଛି ମୋହର । ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ଅଧ୍ୟାଦେଶକୁ ମଞ୍ଜୁରୀ । ଦୈନିକ କାର୍ଯ୍ୟ ନିର୍ଘଣ୍ଟକୁ ୯ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି କରିବା ନିଷ୍ପତ୍ତିକୁ ମୋହର ।
ତୈମାସିକ ଓଭରଟାଇମ୍ କାର୍ଯ୍ୟ ସୀମା ୫୦ଘଣ୍ଟାରୁ ୧୪୪ଘଣ୍ଟାକୁ ବୃଦ୍ଧି । ମହିଳା କର୍ମଚାରୀମାନେ ରାତିରେ କାମ କରିପାରିବେ । ତେବେ ସେମାନଙ୍କ ଠାରୁ ଲିଖିତ ସମ୍ମତି ଅଣାଯିବ । ମରୁଡ଼ି ବନ୍ୟା ପ୍ରତିହତ ଓ ଜଳ ସେଚନ ବ୍ୟବସ୍ଥା ଦୃଢ଼ କରିବା ପାଇଁ ଆନ୍ତଃ ରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ଆରମ୍ଭ ହେବ । ଏଥିରେ ୬ଟି ପ୍ରକଳ୍ପରେ ୧୭ଶହ ୯୦କୋଟି ଟଙ୍କା ଖର୍ଚ୍ଚ ହେବ । ପାର୍ବତୀଗିରି ବୃହତ୍ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ମିଳିଛି ।
ଏହି ଯୋଜନାରେ ୧୦ହଜାର ୭୫୯ କୋଟି ଟଙ୍କା ବ୍ୟୟ ବରାଦରେ ନଦୀ ଓ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨ଲକ୍ଷ ୬୩ହେକ୍ଟର ଜମିକୁ ଜଳସେଚିତ କରାଯିବ । ୫ବର୍ଷ ଭିତରେ ଏହାକୁ କାର୍ୟ୍ୟକାରୀ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଖରିଫ୍ ବିପଣନ ବର୍ଷ ୨୦୨୫-୨୬ରେ ୬୩ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ଧାନ ବିକ୍ରି ପାଇଁ ଆଧାରକାର୍ଡ଼ ଏକମାତ୍ର ମାପଦଣ୍ଡ ହେବ ।
ସ୍ବଚ୍ଛ ଓଡ଼ିଶା ଯୋଜନାକୁ କ୍ୟାବିନେଟ ଅନୁମୋଦନ । ସ୍ବଚ୍ଛତା ନେଇ ଚାଲିଥିବା ବିଭିନ୍ନ ବିଭାଗର କାମଗୁଡ଼ିକ ଏହି ଯୋଜନା ଦ୍ବାରା ସହଜରେ ହୋଇପାରିବ । ଏଥି ପାଇଁ ୫ବର୍ଷରେ ଖର୍ଚ୍ଚ ହେବ ୧୬ଶହ କୋଟି ଟଙ୍କା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ପାଠ୍ୟ ପୁସ୍ତକ । ଓଡ଼ିଶା ଜନ ବିଶ୍ବାସ ଅଧ୍ୟାଦେଶ-୨୦୨୫କୁ ଅନୁମୋଦନ । ଛୋଟ ଅପରାଧୀଙ୍କୁ ଦଣ୍ଡ ପରିବର୍ତ୍ତେ ଜରିମାନା ବ୍ୟବସ୍ଥା । ଓଡ଼ିଶା ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ନିୟମ-୨୦୨୫କୁ ମିଳିଲା ମଞ୍ଜୁରୀ ।
Also read: ରାଜ୍ୟରେ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ