ଭୁବନେଶ୍ୱର : ଖାରବେଳ ଭବନକୁ ସ୍ଥାନାନ୍ତର ହେଲା ରାଜ୍ଯ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଭୁବନେଶ୍ୱର ଲୋକସେବା ଭବନରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଖାରବେଳ ଭବନକୁ ସ୍ଥାନାନ୍ତର କରାଯାଇଛି । ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଏଣିକି ୟୁନିଟ୍-୫ସ୍ଥିତ ଖାରବେଳ ଭବନର ପ୍ରଥମ ମହଲାରୁ ଏହି ବିଭାଗୀୟ କାର୍ଯ୍ୟ ଚାଲିବ । ପୂର୍ବରୁ ଲୋକସେବା ଭବନର ଗ୍ରାଉଣ୍ଡ ଫ୍ଲୋରରୁ ବିଭାଗର କାର୍ଯ୍ୟାଳୟ ପରିଚାଳିତ ହେଉଥିଲା ।
ତେବେ ସ୍ୱାସ୍ଥ୍ୟ ବିଭାଗର ସଚିବ ଅଶ୍ୱଥୀ ଏସଙ୍କ ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ଅବଗତ କରାଯାଇଛି । ନୂଆ ଠିକଣାରେ ବିଭାଗୀୟ ଯୋଗାଯୋଗ ଓ ସରକାରୀ ଚିଠିପତ୍ର ପଠାଇବାକୁ କୁହାଯାଇଛି ।