ଭୁବନେଶ୍ୱର : ଆସନ୍ତା ୨୯ରେ ପୁଣି ହେବ ଲଘୁଚାପ । ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୩.୧ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି। ପ୍ରଭାବରେ ୨୯ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l
୨୯ରୁ ତାରିଖରୁ ଓଡ଼ିଶାରେ ବଢ଼ିବ ବର୍ଷା । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷକରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଅଧିକ ହୋଇପାରେ । କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି । ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ରହିଛି । ୨୯ ରୁ ୨ ତାରିଖ ପାଗରେ ବଡ଼ ପରିବର୍ତ୍ତନ ଆସିପାରେ । ବଙ୍ଗୋପସାଗରରେ ସମ୍ଭାବ୍ୟ ନୂଆ ଲଘୁଚାପ ପ୍ରଭାବରେ ମାସ ଶେଷରେ ପୁଣି ଏକ ପର୍ଯ୍ୟାୟର ବ୍ୟାପକ ଓ ପ୍ରବଳ ବର୍ଷା ଦେଖିବାକୁ ମିଳିପାରେ ।