ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି। ଆଇଏଏସ ଅଧିକାରୀ ଏନ. ଥିରୁାମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଆଇଏଏସ ଅଧିକାରୀ ମାନସୀ ନିମ୍ଭାଲଙ୍କୁ ଉଠା ଜଳସେଚନ ନିଗମ ପରିଚାଳନା ନିର୍ଦେଶକ, ସୁରେନ୍ଦ୍ର କୁମାର ମୀନା ଏସଟି/ଏସସି ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।
ଚଞ୍ଚଲ ରାଣା ବିଏମ୍ସି କମିଶନର ଦାୟିତ୍ୱରେ ଥାଇ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗିରିଶ ଏସ୍.ଏନ୍ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପ୍ରେମଜିତ୍ ନାୟକ ST ବିଭାଗର ନିର୍ଦ୍ଦେଶକ ହୋଇଥିବା ବେଳେ ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଏବଂ ପ୍ରଣତି ଛୋଟରାୟ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।