ସ୍କୁଲ ଘରୁ ତାଲା ଭାଙ୍ଗି ଲୁଟି ନେଲେ ଏଲ୍ଇଡି ଟିଭି ଓ ବହୁ ଖେଳ ସାମଗ୍ରୀ। ଯାହାର ଅନୁମାନିକ ମଲ୍ୟ ସାଢେ 4 ଲକ୍ଷ ଚଙ୍କା ହେବ। ତେବେ ଏହି ଭଳି ଏକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନ ଅଞ୍ଚଳରୁ।
ବସ୍ତା ଥାନା ଅଞ୍ଚଳରେ ରହିଛି ଗୋବରଘୋଟି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ରବିବାର ବିଳମ୍ୱିତ ରାତିରେ ବିଦ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଲେ। ଯେଉଁଥିରେ ରହିଛି ଏଲଇଡି ଟିଭି ଓ ମୂଲ୍ୟବାନ ଖେଳ ସାମଗ୍ରୀ। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ ବୋଲି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।
ଅଧିକା ପଢନ୍ତୁ: ରେଳଲାଇନ୍ ରେ ପଡିଛି ଖଣ୍ଡ ବିଖଣ୍ଡିତ ମୃତଦେହ