ରେଳ ଲାଇନରେ ପଡିଛି ଖଣ୍ଡବିଖଣ୍ଡିତ ମୃତଦେହ । ରାଜଧାନୀର ଶିଶୁଭବନ ଛକ ଟ୍ରେନ ଲାଇନରୁ ଜଣେ ଅଜଣା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ଏବଂ କ୍ୟାପିଟାଲ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି । ତେବେ ମୃତ ଯୁବକ ଜଣକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଯୁବକ ଜଣଙ୍କ ଟ୍ରେନରୁ ଖସିପଡିଥିବା ଅନୁମାନ କରାଯାଉଛି । ଏବଂ ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।