କେନ୍ଦୁଝର : କେନ୍ଦୁପତ୍ର ଡିଭିଜନ୍ ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ନିତ୍ୟାନନ୍ଦଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରଯାଇଛି । ଗତ ୩ ଦିନ ଧରି ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଥିଲା । ଡିଏଫଓ ଙ୍କ ସରକାରୀ କ୍ବାର୍ଟର୍ସରୁ ୮ ଲକ୍ଷ ୫୦ ହଜାର ଟଙ୍କା ସହ ଗୋଟିଏ ବନ୍ଧୁକ ମିଳିଛି ।
ଡିଏଫ୍ଓ ବାବୁଙ୍କ ସମ୍ପତ୍ତି ତାଜୁବ ହୋଇଛି ଭିଜିଲାନ୍ସ । ଯେତେ ଖୋଲିଲେ ସେତେ ବାହାରୁଛି ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗତ ରବିବାର ଠାରୁ ଭିଜିଲାନ୍ସ ଚଢାଉ ଜାରି ରଖିଛି । କେନ୍ଦୁଝର ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଆଦି ୭ଟି ସ୍ଥାନରେ ଯାଞ୍ଚ କରିଛି ଭିଜିଲାନ୍ସ ଟିମ୍ । ତାଙ୍କ ସରକାରୀ ବାସଭବନରୁ ବାହାରିଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୮ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଏହାସହ କ୍ବାର୍ଟରରୁ ଏକ ପିସ୍ତଲ ମଧ୍ୟ ଜବତ ହୋଇଛି । ଯାହାର କାଗଜ ପତ୍ର ଅଛି କି ନାହିଁ ସେ ନେଇ ଯାଞ୍ଚ କରୁଛି ଭିଜିଲାନ୍ସ । ଏହାସହ ଡିଏଫ୍ଓ ବାବୁଙ୍କ ବାସଭବନରୁ ଏକାଧିକ ଜମିଜମା କାଗଜପତ୍ର, ଏକାଧିକ ପାସ୍ ବୁକ୍ ଓ ଅନେକ କାଗଜପତ୍ର ଜବତ କରି ଭିଜିଲାନ୍ସ ଟିମ୍ ।
ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର କେନ୍ଦୁଲିଫ୍ ଡିଭିଜନର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୭ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କରି କେନ୍ଦୁଝର ଆଣିଛି ଭିଜିଲାନ୍ସ । ତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ଟିମ୍ ।