ଓଡ଼ିଶାରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପ୍ଟେମ୍ବର ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୧୦ରେ ଏହି ଆବେଦନ ପ୍ରକ୍ରିୟାର ଶେଷ ତାରିଖ ରହିଛି ବୋଲି ସୂଚନା ମିଳିଛି । ଓସେପା ୱେବସାଇଟ୍- www.osepa.odisha.gov.in ରେ ବିଜ୍ଞପ୍ତି ଜାରି ହୋଇଛି। ଏହି ୱେବସାଇଟ୍ ମାଧ୍ୟମରେ ଆବେଦନ କରିଥିବା ପ୍ରାର୍ଥୀ ବା ଆଶାୟୀ ପ୍ରାର୍ଥୀ ବିଭିନ୍ନ ତଥ୍ୟ ପାଇପାରିବେ । ସମ୍ପୂର୍ଣ୍ଣ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ରେ କରାଯିବ । ଆବେଦନ କରିଥିବା ଶିକ୍ଷକଙ୍କ ମଧ୍ୟରୁ ୨୦ ହଜାର ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । କମ୍ପ୍ୟୁଟର ମାଧ୍ୟମରେ ଲିଖିତ ପରୀକ୍ଷା ହୋଇ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏହି ନିଯୁକ୍ତି ପାଇଁ ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ୱେବସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ଜିଲ୍ଲା ପରିଷଦଙ୍କ ପକ୍ଷରୁ ଜିଲ୍ଲା ଅନୁସାରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୦ ହଜାର ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।ରାଜ୍ୟରେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଅଭାବ ଦୂର କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆଗକୁ ପଢ଼ନ୍ତୁ : ଶବ ସଂସ୍କାର ପାଇଁ ମିଳିଲାନି ଶ୍ମଶାନ : ମଶାଣୀରୁ ଫେରିଲା ଶବ