ଶବ ସତ୍କାରକୁ ନେଇ ତେଜିଲା ବିବାଦ । ଶବକୁ ମିଳିଲାନି ଶ୍ମଶାନ । ଶେଷରେ ମୃତଦେହକୁ ଅଟୋରେ ବୋହି ଅନ୍ୟ ସ୍ଥାନରେ କବର ଦେବାକୁ ନେଲେ ପରିବାର ଓ ଆତ୍ମୀୟ ସ୍ୱଜନ । ଗଜପତି ଜିଲ୍ଲା ମୋହନା ବ୍ଲକ ଆଲିଗଣ୍ଡା ଗାଁରେ ଘଟିଛି ଏହି ଘଟଣା ।
ସୂଚନା ଅନୁଯାୟୀ, ଗାଁର ୪୦ ବର୍ଷୀୟ ମହିଳା ଏନେଡିନା ସିଂହଙ୍କର ଶନିବାର ମୃତ୍ୟୁ ହୋଇଥିଲା। ପରିବାର ଓ ଆତ୍ମୀୟ ସ୍ୱଜନ ତାଙ୍କ ମୃତଦେହକୁ କବର ଦେବାକୁ ଆଲିଗଣ୍ଡା ଗାଁ ଶ୍ମଶାନକୁ ନେଇଥିଲେ । ହେଲେ ଶବ ସଂସ୍କାର ପାଇଁ ସୁଯୋଗ ଦେଇନଥିଲେ ଗାଁ ଲୋକେ । ଯାହା ସୂଚନା ମିଳିଛି ସେହି ଶ୍ମଶାନଟି ହେଉଛି କ୍ୟାଥୋଲିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର । ତେବେ ମୃତ ମହିଳା ବାପଟିଷ୍ଟ ସମ୍ପ୍ରଦାୟର ହୋଇଥିବାରୁ ତାଙ୍କୁ ସତ୍କାର ପାଇଁ ସୁଯୋଗ ମିଳିନଥିଲା। ତେବେ ଏହା ପରେ ପରିବାର ଲୋକ ଅନ୍ୟ ସ୍ଥାନରେ କବର ଦେବା ପାଇଁ ଅଟୋରେ ବୋହି ନେଇଥିବା କହିଛନ୍ତି ।