ଦିନ ଦ୍ୱିପ୍ରହରରେ ମଧ୍ୟ ଥମୁନି ହିଂସା ।ମଦ ବ୍ୟପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମଦ ମାଫିଆ।ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ।ଦୁଇ ଜଣ ଗୁରୁତର ହୋଇପଡିଥିବାବେଳେ ପ୍ରଥମେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା l
ସୂଚନା ଅନୁଯାୟୀ ବାଲେଶ୍ୱର ପୁରୁଣା ବଜାରର ଦୁଇ ଜଣ ମଦ ମାଫିଆ ଦିନ ଦ୍ୱିପ୍ରହରରେ ଅତର୍କିତ ଭାବରେ ଆସି ଦେଶୀ ମଦ କାଉଣ୍ଟର ଆଗରେ ଛିଡା ହୋଇଥିବା ଖଣ୍ଡାସାହି ଗ୍ରାମର ଗଣେଶ ସିଂହଙ୍କ ମୁଣ୍ଡକୁ ହାଣି ଦେଇଥିଲେ।ଫଳରେ ଗଣେଶଙ୍କ କାନ ସମ୍ପୂର୍ଣ୍ଣ କଟିଯାଇଥିଲା ଏବଂ ସେଠାରେ ଛିଡା ହୋଇଥିବା ଅନ୍ୟ ଯୁବକଙ୍କ ହାତ ମଧ୍ୟ କଟିଯାଇଥିଲା।ସ୍ଥାନୀୟ ଲୋକେ ୨ ଗୁରୁତର ବ୍ୟକ୍ତିଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତିକରାଇଥିଲେ କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ଗୁରୁତର ହୋଇଯିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଆକ୍ରମଣ ପଛର କାରଣ ଜଣାପଡି ନଥିଲା। ଏହି ଆକ୍ରମଣର କାରଣ ବେଆଇନ ଦେଶୀ ମଦ ବେପାରୀଙ୍କ ମଧ୍ୟରେ ମଦ କାରବାରକୁ ନେଇ ଏଭଳି ହୋଇଥିବାର ଚର୍ଚ୍ଚା ଜୋର ଧରିଛି | ସୋର ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚାର ଉଚରା କରିଥିଲା। ଘଟଣାର କାରଣ ସ୍ପଷ୍ଟ ହୋଇନଥିବାରୁ ପୋଲିସ ତଦନ୍ତ ଜାରି ରଖିଛି l
ଅଧିକ ପଢନ୍ତୁ:କଟକରେ ମହିଳାଙ୍କୁ ଛୁରାମାଡ଼