ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଦୁର୍ନୀତିରେ ଲିପ୍ତ ସରକାରୀ ଅଧିକାରୀ । ୪ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଫସିଗଲେ କନିଷ୍ଠ ଯନ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ । ପୈତୃକ ଘରର ସ୍ଥାନ ଅନୁମୋଦନ ପାଇଁ ସେ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଛି । କନିଷ୍ଠ ଯନ୍ତ୍ରୀଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା ସୂଚନା ଦିଆଯାଇଛି ।
ଦୁର୍ନୀତି ନିବାରଣ ସଚେତନ ପାଇଁ ଅକ୍ଟୋବର ୩୦ ରୁ ଆରମ୍ଭ ହୋଇଛି ଯୋଜନା । କିନ୍ତୁ ବଢିଚାଲିଛି ରାଜ୍ୟରେ ସରକାରୀ ଅଧିକାରୀଙ୍କ ଦୁର୍ନୀତି । ସାଧାରଣ ଜନତାଙ୍କ ଦୁର୍ବଳତାର ଫାଇଦା ଉଠାଇ ନେଉଛନ୍ତି ଲାଞ୍ଚ । ଯେଉଁ ସରକାରକୁ ଲୋକମାନେ ବାଛୁଛନ୍ତି ସେହି ସରକାରର ଅଧିକାରୀ ମାନେହିଁ ଲୋକଙ୍କ ଠାରୁ ଲାଞ୍ଚନେଇ ଶୋଷଣ କରୁଛନ୍ତି । କନିଷ୍ଠ ଯନ୍ତ୍ରୀ ଜଣକ ଅନେକ ସମୟରେ ଲାଞ୍ଚ ନେଉଥିଲେ । କୌଣସି କାର୍ଯ୍ୟ ସେ ଲାଞ୍ଚ ବିନା କରୁନଥିଲେ ବୋଲି ଅଭିଯୋଗ କରାଯାଇଛି । ଶେଷରେ ଏହି ଲାଞ୍ଚ ନେବା ତାଙ୍କୁ ମାହାଙ୍ଗା ପଡିଥିଲା । ଭିଜିଲାନ୍ସ ଜଳରେ ଧରାପଡ଼ି ତାଙ୍କୁ ଗିରଫ କରାଯାଇଥିଲା । ଏନେଇ ପୋଲିସ ଏହି ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ତଦନ୍ତ ଜାରି ରଖିଛି ।