କିଛି ଦିନରୁ କଳାକାରଙ୍କ ମଧ୍ୟରେ ଲାଗିରହିଛି କଳି ଏବଂ ଏହି କଳିରେ ବର୍ତ୍ତମାନ ପେଶିଲେଣି ପଦ୍ମଶ୍ରୀ ହଳଧର ନାଗ। ମନୋଜ ମିଶ୍ରଙ୍କୁ ସମର୍ଥନ କରି ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି, ସମ୍ବଲପୁର ଫିଲ୍ମକୁ ଯଦି ବୟକଟ୍ କରାଯାଏ ତେବେ ଆମେ ମଧ୍ୟ ଓଡ଼ିଆ ଫିଲ୍ମକୁ ବୟକଟ୍ କରିବୁ। ସେମାନେ ଯଦି ଆମକୁ ଶତ୍ରୁତା ମନୋଭାବ ଦେଖାଇବେ ଆମେ ମଧ୍ୟ ସେହି ଆଚରଣ ଦେଖାଇବୁ। ସେମାନେ ଯେପରି ବ୍ୟବହାର ଦେଖାଇବେ ଆମେ ସେହିପରି ବ୍ୟବହାର ଦେଖାଇବୁ ବୋଲି କହିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଏହା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେଇଥିବା ମନ୍ତବ୍ୟକୁ ସେ ସମର୍ଥନ କରିଛନ୍ତି।
ସୂଚନା ଅନୁଯାୟୀ , କଳାକାର କଳିରେ ପଶିଲେ ପଦ୍ମଶ୍ରୀ ହଳଧର ନାଗ। ଏହି କଳିରେ ମନୋଜ ମିଶ୍ରଙ୍କୁ ସମର୍ଥନ କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଏହା ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦେଇଥିବା ମନ୍ତବ୍ୟକୁ ମଧ୍ୟ ସେ ସମର୍ଥନ କରିଛନ୍ତି। ସେହିପରି ପଦ୍ମଶ୍ରୀ ହଳଧର ନାଗଙ୍କ ଜୀବନୀ, ବ୍ୟକ୍ତିତ୍ୱ ଓ କାବ୍ୟଧାରାକୁ ନେଇ ସମ୍ବଲପୁରୀ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ପଦ୍ମଶ୍ରୀ ହଳଧର ନାଗଙ୍କ ବାୟୋପିକରେ ମନୋଜ ମିଶ୍ର ଅଭିନୟ କରିବାକୁ ଯାଉଛନ୍ତି। ଏଥିପାଇଁ ବିଧିବଦ୍ଧ ଭାବେ ମନୋଜ ମିଶ୍ରଙ୍କ ସହ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଥିବା ହଳଧର ନାଗ କହିଛନ୍ତି। ଓଡ଼ିଆ ରାମ ଫିଲ୍ମ ରିଲିଜକୁ ନେଇ କିଛି ଦିନରୁ କଳାକାରଙ୍କ ମଧ୍ୟରେ ଲାଗିରହିଛି କଳି ତେଣୁ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ କାଳ ବ୍ୟାନ କରାଯାଇଛି। ଏଥିପାଇଁ ମନୋଜଙ୍କୁ ସମର୍ଥନ କରି ପଦ୍ମଶ୍ରୀ ହଳଧର ନାଗ କହିଛନ୍ତି, ସମ୍ବଲପୁର ଫିଲ୍ମକୁ ଯଦି ବୟକଟ୍ କରାଯାଏ ତେବେ ଆମେ ମଧ୍ୟ ଓଡ଼ିଆ ଫିଲ୍ମକୁ ବୟକଟ୍ କରିବୁ।
ଅଧିକ ପଢନ୍ତୁ ; ବିକ୍ରି ହେଲା ଦୀର୍ଘ ୩୩ ବର୍ଷ ତଳେ ବାଲେଶ୍ୱର ସହର ଉପକଣ୍ଠରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ୱର ବିର୍ଲା ଟାୟାର୍ସ କମ୍ପାନୀ