ବିକ୍ରି ହୋଇଛି ବାଲେଶ୍ୱର ବିର୍ଲା ଟାୟାର୍ସ କମ୍ପାନୀ। ଦୀର୍ଘ ୩୩ ବର୍ଷ ତଳେ ବାଲେଶ୍ୱର ସହର ଉପକଣ୍ଠରେ ପ୍ରତିଷ୍ଠା ହୋଇଥିବା ଏହି ଟାୟାର କଂପାନୀରେ ଗତ ୪ବର୍ଷ ଧରି ତାଲା ପଡିଥିଲା । ୨୦୧୯ ମସିହାରୁ କର୍ମଚାରୀଙ୍କୁ କମ୍ପାନୀ ତରଫରୁ ଦରମା ବି ଦିଆଯାଉନଥିବା ଅଭିଯୋଗ ହୋଇଥିଲା । କର୍ମଚାରୀଙ୍କ ବକେୟା ଦରମାକୁ ନେଇ ନ୍ୟାସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲରେ ମାମଲା ଚାଲୁଥିଲା ।
ସୂଚନା ଅନୁଯାୟୀ ଏବେ ଏହାକୁ ହିମାଦ୍ରି ସ୍ପେଶାଲିଟି କେମିକାଲ୍ ଲିମିଟେଡ୍ ନାମକ ଏକ କଂପାନୀ ଅଧିଗ୍ରହଣ କରିଛି । ଗତ ଅକ୍ଟୋବର ୧୯ ତାରିଖରେ ଏହାର ସମାଧାନ ପରେ ହିମାଦ୍ରୀ କେମିକାଲ ବିକେ ବିର୍ଲାର ବକେୟା ଋଣ ବାବଦରେ ୧୧ ଶହ କୋଟି ଟଙ୍କା ଗୋଟିଏ କିସ୍ତିରେ ଦିଆଯାଇଥିଲା । ଏହାପରେ ବିର୍ଲା ଟାୟାର୍ସର ୮ଶହ କର୍ମଚାରୀ ୨୮ ପ୍ରତିଶତ ବକେୟା ଦରମା ପାଇଥିଲେ ।
ଅନ୍ୟପକ୍ଷରେ ଅଭିଯୋଗ ରହିଛି ଯେ ବିର୍ଲା ଟାୟାର୍ସ ଲେବର ୟୂନିୟନ ପକ୍ଷରୁ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରାଯିବା ସହିତ ନୂଆ କଂପାନୀ ସେମାନଙ୍କ ସହ କୌଣସି ଆଲୋଚନା କରାଯାଇନଥିବା କହିଛନ୍ତି । ତେବେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ଯେ, ନୂଆ କମ୍ପାନୀର ବୈଷୟିକ ଟିମ୍ ୭ଦିନ ଭିତରେ ଆସିବ ଏବଂ ତାପରେ କମ୍ପାନୀ କିଭଳି ଚାଲିବ ସେନେଇ ନିଷ୍ପତି ନିଆଯିବ ।
ଅଧିକ ପଢନ୍ତୁ :- ନିଜ କାହାଣୀରେ ନିଜେ ଭିଲିଆନ ହୋଇ କଲା ଷଡଯନ୍ତ୍ର