ନୟାଗଡ ଜିଲ୍ଲାରେ 7 କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ, 6 ଜଣ ପ୍ରବାସୀ ଥିବା ବେଳେ ଜଣେ ଷ୍ଟାପ ନର୍ସ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି
Khabar Odisha:In-Nayagarh-district-7-corona-cases-were-detected-6-migrants-while-one-of-the-staff-nurses-was-positively-diagnosed
ନୟାଗଡ, ଜୁନ ୦୪ (ଖବର ଓଡ଼ିଶା):

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 90 କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ନୟାଗଡ ଜିଲ୍ଲାରେ 7 ଜଣ ନୂତନ କରୋନା ରୋଗୀ ଚିହ୍ନ ହୋଇଛନ୍ତି । 

ତେବେ ଚିହ୍ନଟ ହୋଇଥିବା 7 ନୂଆ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ 6 ଜଣ ପ୍ରବାସୀ ଥିବାବେଳେ, ଜିଲ୍ଲାମୁଖ୍ୟଚିକିତ୍ସାଳୟର ଜଣେ ଷ୍ଟାପନର୍ସ ମଧ୍ୟ କରୋନା ପଜେଟିଭ ଥିବା ଜଣାପଡିଛି । ଏ ନେଇ ନୟାଗଡ ସିଡିଏମଓ ସୂଚନା ଦେଇଛନ୍ତି ।

ନର୍ସ ଜଣକ କିପରି କରୋନା ପଜେଟିଭ ହେଲେ ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ହେଲେ ନର୍ସ ଜଣକ କରୋନା ପଜେଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ କରାଯାଇଛି । ନର୍ସ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ବର୍ତ୍ତମାନ ଖୋଜିବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । 

  • Tags:

Subscribe

National International State Sports Entertainment