ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ । ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତି, ଖାଦ୍ୟ ସାମଗ୍ରୀ ସହିତ ଜଳିଲା ଅସବାହ ପାତ୍ର ।
ସୂଚନା ଅନୁସାରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ଶାନ୍ତିନଗର ଗ୍ରାମର ନରେନ୍ଦ୍ର ବାଗଙ୍କ ଘରପୋଡି । ମଙ୍ଗଳବାର ନରେନ୍ଦ୍ରଙ୍କ ଘରେ କେହି ନଥିବା ବେଳେ ସକାଳ ପ୍ରାୟ ୮ଟା ସମୟରେ ଘର ଭିତରୁ ଧୂଆଁ ବାହାରୁଥିବା ଗ୍ରାମବାସୀ ଦେଖିଥିଲେ । ଘରେ ନିଆଁ ଲାଗିଥିବା ସନ୍ଦେହରେ ନିଆଁକୁ ଆୟତ କରିବାକୁ ପ୍ରଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ବିଦ୍ୟୁତ ତରାରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣା ପଡିଥିବା ବେଳେ ଘରପୋଡିରେ ନରେନ୍ଦ୍ରଙ୍କ ଘରେ ଥିବା ଅସବାହ ପାତ୍ର ସହ ଖାଦ୍ୟ ସାମଗ୍ରୀ ଆଦି ପୋଡି ଯାଇଛି । ପ୍ରାୟ ୧ ଲକ୍ଷ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନରେନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି ।
ଅଧିକ ପଢନ୍ତୁ : ଉତ୍ତର ଓଡିଶାରେ ବର୍ଷା ସମ୍ଭାବନ, ୯ ଜିଲ୍ଲା କୁ ଚେତାବନୀ