ଆଜିଠୁ ପୁଣି ବର୍ଷାର ସମ୍ଭାବନା, ଭିଜିବ ଉତ୍ତର ଓଡିଶା । କେତେକ ସ୍ଥାନରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ୯ଟି ଜିଲ୍ଲା କୁ ଦିଅ ଯାଇଛି ବର୍ଷା ଚେତାବନୀ । ସମ୍ବଲପୁର, ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ସୋନପୁର ଓ ବଲାଙ୍ଗୀର ଆଦି ସ୍ଥାନରେ ବର୍ଷାର ସମ୍ଭାବନା ।
ଦୁଇଦିନ ହେବ ପାଗ ମେଘୁଆ ଥିବା ବେଳେ କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ମଧ୍ୟ ହୋଇଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ ଜିଲ୍ଲାର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା । କାଲିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ଷାର ସମ୍ଭାବନା ଯୋଗୁଁ ରାତିରେ ତାପମାତ୍ରାର ପାରଦ ଖସିପାରେ ବୋଲି ମଧ୍ୟ ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଲୁହାଛଡ଼ ପଡି ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ