ସମ୍ବଲପୁର: ଗଳାକାଟି ବୀଭତ୍ସ ଭାବରେ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବତ୍ତ । କାହିଁକି ହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ । ଏଭଳି ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡପୋଷି ଫାଣ୍ତି ନିକଟରେ ।
ସୂଚନା ଅନୁଯାୟୀ,ଲଦ୍ରପଡାର ଅଶୋକ କୁଜୁରଙ୍କ ଗଳାକାଟି ହତ୍ୟା କରିଛନ୍ତି ଜଣେ ଦୁର୍ବୃତ୍ତ । ହତ୍ୟା କରି ଘର ନିକଟରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି ଦୁର୍ବୃତ୍ତ । ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି ପୋଲିସ ।