ପୁରୀ : ସ୍ନାନଯାତ୍ରା ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ବେଆଇନ ଡ୍ରୋନ୍ । ନୀଳଚକ୍ରରେ ଧ୍ବଜା ବନ୍ଧା ବେଳେ ଉଡ଼ିଲା ଡ୍ରୋନ୍ ।
ଗତକାଲି ସ୍ନାନ ପୁର୍ଣିମା ଅବସରରେ ଶ୍ରୀ କ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା । ହେଲେ ଏହି ସମୟରେ ସ୍ନାନ ମଣ୍ଡପ ନିକଟରେ ବେଆଇନ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଛି ।
ତେବେ ଡ୍ରୋନଟି କିଏ ଏବଂ କେଉଁଠାରୁ ଡ୍ରୋନ ଉଡାଉଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ କଡା ସୁରକ୍ଷା ବଳୟକୁ ଭେଦ କରି ବେଆଇନ ଡ୍ରୋନ କିଭଳି ଉଠିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଥାଉକି ଭକ୍ତଙ୍କ ଗହଳିକୁ ନଜର ରଖି ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୭୦ପ୍ଲାଟୁନ ପୁଲିସ ଫୋର୍ସଙ୍କ ସମେତ ୪୫୦ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଭିତର ଏବଂ ଚତୁଃପାଶ୍ୱର୍ରେ ଆତଙ୍କବାଦୀ ନିରୋଧ ବାହିନୀ ମୁତୟନ କରାଯାଇଛି । ଏହାସହିତ ଏ.ଆଇ କ୍ୟାମେରା ନଜରରେ ରହିଛି ପୁରୀ ସହର । ୪ଜଣ ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ତଥାପି ଏତେ ସବୁ କଡା ପ୍ରଭାରୀ ମଧ୍ଯରେ ଏପରି ଭାବେ ଖୁଲମଖୁଲା କିଏ ଡ୍ରୋନ୍ ଉଡାଉଛି। ଗତ ସପ୍ତାହ ପୂର୍ବରୁ ମଧ୍ଯ ଜଣେ ଏପରି ବେଆଇନ୍ ଡ୍ରୋନ୍ ଉଡାଇଥିଲେ । ବାରମ୍ବାର ଯଦି ଏପରି ଘଟେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶାସନ କେତେ ପ୍ରସ୍ତୁତ ବୋଲି ଜନସାଧାରଣ ମନରେ ପ୍ରଶ୍ନ ଉଙ୍କି ମାରିଛି।