ଭଦ୍ରକରେ ଗୋଷ୍ଠୀ ସଂଘର୍ଷ ପାଇଁ ଉତ୍ତେଜନା ଲାଗି ରହିଛି । ଏବେ ପୁଣି ଥରେ ୧୨ ଘଣ୍ଟା ଇଣ୍ଟରନେଟ୍ ବନ୍ଦ । ଏହି ଗୋଷ୍ଠୀ ସଂଘର୍ଷ ପାଇଁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୨୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏଥିସହ ୪୫ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଭଦ୍ରକ ଜିଲ୍ଲାର ପୌରାଞ୍ଚଳ,ତିହିଡ଼ି ବ୍ଲକ୍ ଅଞ୍ଚଳରେ ସେବା ବନ୍ଦ ରହିଛି । ଧାମନଗର ବ୍ଲକ୍ ଓ NAC ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।
ସୂଚନା ଅନୁସାରେ, ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଭଦ୍ରକ ଗସ୍ତ କରି ଜିଲ୍ଲାପାଳ ଓ ଏସପି ଙ୍କ ସହିତ ଏହି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୧୨ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ପୋଲିସର ସ୍ୱତନ୍ତ୍ର ୩ଟି ଟିମ ଗଠନ କରାଯାଇଛି । ଗତ ୩୦ ତାରିଖରେ ତିହିଡି ଥାନା କଷଟି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂଘର୍ଷରେ ସନ୍ତୋଷ ପରିଡା ନାମକ ଯୁବକ ଗୁରୁତର ଆହତ ହୋଇଥିଲେ । ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।