ଯାଜପୁର : ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ରଜ ଛୁଟି ବାତିଲ୍ ହୋଇଛି । ଆସନ୍ତାକାଲି ଠୁ ୧୬ ତାରିଖ ଯାଏଁ ଛୁଟି ବାତିଲ୍ ଘୋଷଣା କଲେ ଜିଲ୍ଲାପାଳ । ସମସ୍ତ ଅଫିସ୍ ଖୋଲା ରହିବ, ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ୍ କରାଗଲା ।
ଯାଜପୁରରେ ଝାଡ଼ାବାନ୍ତି ରୋଗ ଦୂଷିତ ଖାଦ୍ୟ ଓ ପାଣି ପାଇଁ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଯାହାକୁ ନେଇ ସ୍ବାସ୍ଥ୍ୟ ସଚିବ ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଖାଦ୍ୟ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଧର୍ମଶାଳା ଅଞ୍ଚଳର ବିଭିନ୍ନ ହୋଟେଲ ଓ ଢାବାରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଓ ପିଇବା ପାଣିର ନମୁନା ସଂଗ୍ରହ କରାଯାଉଛି। ଅନେକ ହୋଟେଲରେ ଥିବା ବାସି ଖାଦ୍ୟକୁ ନଷ୍ଟ ମଧ୍ୟ କରାଯାଇଛି। ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳରେ ଗତକାଲିଠାରୁ ଖାଦ୍ୟ ସୁରକ୍ଷା କମିଟି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ଯାଜପୁର ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।