ଭୁବନେଶ୍ୱର: ଖୁବ୍ ଶୀଘ୍ର ରାଜ୍ଯର ପ୍ରତି ପଞ୍ଚାୟତରେ ଖୋଲିବ ଜନପୋଷଣ କେନ୍ଦ୍ର । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ରିହାତି ଦରରେ ଖାଉଟିଙ୍କୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ । ଚାଉଳ, ଅଟା, ଚିନି, ଲୁଣ, ଡାଲି ପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳିବ । ପ୍ରଥମେ ୫ଟି ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି କହିଛନ୍ତି ମନ୍ତ୍ରୀ । ମଧ୍ୟବର୍ଗଙ୍କୁ କିପରି ସାମିଲ କରାଯିବ ସେନେଇ ଗାଇଡଲାଇନ ପ୍ରସ୍ତୁତ ହେଉଛି ।
ସୂଚନା ଥାଉକି ରାଜ୍ୟରେ ନିର୍ଦ୍ଦିଷ୍ଟ ୩୦ଟି ସରକାରୀ ସୁଲଭ ମୂଲ୍ୟ ଦୋକାନକୁ ଜନପୋଷଣ କେନ୍ଦ୍ର ଭାବେ ପରୀକ୍ଷାମୂଳକ ଭାବେ ରୂପାନ୍ତରିତ କରାଯାଇ ଏଠାରେ ରାସନ ସାମଗ୍ରୀ ସହ ପୁଷ୍ଟିଯୁକ୍ତ ଉତ୍ପାଦ ପ୍ରଦାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି । ଉକ୍ତ କେନ୍ଦ୍ରଗୁଡ଼ିକରେ ଭାରତ ଉତ୍ପାଦ ବ୍ୟତୀତ ଆମ ରାଜ୍ୟର ମିଲେଟ୍ (ମାଣ୍ଡିଆ) ଭଳି ପୁଷ୍ଟିଶସ୍ୟ ପ୍ରଦାନକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।