ବୌଦ୍ଧ: ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହିତ ଏକାଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ମୃତ ଯୁବକ ଟୁନା ପ୍ରଧାନ ।
ସୂଚନା ଅନୁସାରେ, ଆଜି ସକାଳୁ ଜାତୀୟ ରାଜପଥର ଖଜୁରୀପଡ଼ାଠାରେ ବୋଲେରୋଟି ପୁରୀରୁ ଫେରୁଥିବା ବେଳେ ବୌଦ୍ଧ ପଟୁ ଚାରିଛକ ଆଡ଼କୁ ଏକ ଟ୍ରକ୍ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ବୋଲେରୋରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଆହତ ହୋଇଥିଲେ । ତୁରନ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଲୋକମାନେ ରାସ୍ତା ଅବରୋଧ କରି ଯାତାୟାତରେ ବ୍ୟାଘାତ ସୃଷ୍ଟି କରିଥିଲେ । ଏନେଇ ବୌଦ୍ଧ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।