ପୁରୀ: ଶ୍ରୀମନ୍ଦିର ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢୀ ଏଏସଆଇକୁ ଚିଠି ଲେଖିଛନ୍ତି। ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବା ପାଇଁ ଶନିବାର ସେ ଏଏସଆଇକୁ ନିର୍ଦ୍ଦେଶଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, ରଥଯାତ୍ରା ସମୟରେ ଜୁନ୍ ୨୮ ରୁ ଜୁଲାଇ ୬ ମଧ୍ୟରେ ରତ୍ନଭଣ୍ଡାର କାମ ତ୍ୱରାନ୍ୱିତ ସହ ଶେଷ କରନ୍ତୁ । ରତ୍ୱଭଣ୍ଡାରର ଗୁରୁତ୍ୱ ଦୃଷ୍ଟିରୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନିଅନ୍ତୁ । ରଥଯାତ୍ରା ବେଳେ ଗର୍ଭଗୃହ, ଅନ୍ୟାନ୍ୟ ସଂରକ୍ଷଣ କାର୍ଯ୍ୟ ତଦାରଖ ହେଉ । ଉପନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀ ଅଧିକାରୀଙ୍କ ଦ୍ୱାରା ତଦାରଖ ହେଉ ବୋଲି ସେ କହିଛନ୍ତି । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ସେହିପରି ରଥଯାତ୍ରା ସମୟରେ କରାଯାଉଥିବା ଗର୍ଭଗୃହ ତଥା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟର ତଦାରଖ ଏଏସଆଇ ଉପ-ମହାନିର୍ଦ୍ଦେଶକ କିମ୍ବା ନିର୍ଦ୍ଦେଶକ ପଦବୀର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି। ଏପଟେ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ଶେଷ କରାଯିବ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଥଯାତ୍ରା ପରିଚାଳନା ନେଇ ବୈଠକ ବସିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦଇତାପତି, ସମସ୍ତ ବାଡ଼ଗ୍ରାହୀ ଓ ନିଯୋଗର ସଦସ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।