ରାଇଘର : ଗୁଳି କରି ଲୁଟ୍ କଲେ ଦୁର୍ବୁତ୍ତ। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ସଦର ମହକୁମା କଦଭାଟା ଅଞ୍ଚଳରେ ଘଟିଛି। ସ୍ଥାନୀୟ ବାସିନ୍ଦା ସୁନାରୀ ରାମ ଡାକୁଆଙ୍କ ଘରେ ୭ ରୁ ୮ ଜଣ ଡକାୟତ ମୁଖା ପିନ୍ଧା ଦୁର୍ବୁତ୍ତ ଘରେ ପଶି ଗୁଳି କରି ସୁନାରୂପା ଲୁଟ୍ କରିଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ରାଇଘର ମେଡିକାଲ୍ ଛକରେ ଗହଣା ବେପାରୀ ରାମ ଡାକୁଆ ନିଜ ଦୋକାନ ବନ୍ଦ କରି ସବୁ ଦିନ ପରି ଅଳଙ୍କାର ନେଇ ଘରକୁ ନେଇ ଯାଉଥିଲେ। କିଛି ଦିନ ପୁର୍ବରୁ ଦୋକାନ ରେ ଚୋରି ହେବା ପରେ ଏପରି ଘରକୁ ସବୁଦିନ ଗହଣା ନେଉଥିଲେ। ତେବେ ଦୋକାନ ବନ୍ଦ କରି ଘରେ ଥିବା ସମୟରେ ରାମ ଡାକୁଆଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଠେଙ୍ଗା ମାଡରେ ଗୁରୁତର ହୋଇଥିବା ଜଣାପଡିଛି। ଆହତ ଥିବାରୁ ରାଇଘର ମେଡିକାଲ ରେ ଭର୍ତି ରହିଥିବା ବେଳେ ରାଇଘର ପୋଲିସ ଅଞ୍ଚଳ ସିଲ କରି ତଦନ୍ତ କରୁଥିବା ଜଣାପଡିଛି । ଏହି ଘଟଣା ପରେ ଅଞ୍ଚଳ ସାରା ଭୟର ବାତାବରଣ ଦେଖାଦେଇଛି ।